ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ଏବେ ବ୍ୟାପକ ଋପ ଧାରଣ କରିଛି । ଗତକାଲି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ମୈାଜାରୁ ୬୬ ଜଣ ଏବଂ ଢେଙ୍କେଣା ମୈାଜା ଲିମ୍ବପାଟଣା ସାହିରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଢେଙ୍କେଣା ସରପଂଚ ବଳଭଦ୍ରପୁର ଏବଂ ଲିମ୍ବପାଟଣା ସାହିକୁ ୨୩ ତାରିଖ ସକାଳ ୧୦ ଘଟିକା ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଅବସରରେ ଗ୍ରାମବାସୀମାନେ ଭୟଭୀତ ନହେବା ପାଇଁ ସରପଂଚ ରଂଜୁଲତା ଦେଇ ପରାମର୍ଶ ଦେଇଥିବା ବେଳେ ଗ୍ରାମବାସୀ ବାହାରକୁ ନବାହାରିବା ଏବଂ ବାହାର ବ୍ୟକ୍ତି ଏହି ଅଂଚଳକୁ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ।






