Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଦ୍ଦଶାର ଗନ୍ତାଘର ସାଧୁଆପଲ୍ଲୀ

by Anil Panda
October 8, 2020
in Nayagarh
ଦୁର୍ଦ୍ଦଶାର ଗନ୍ତାଘର ସାଧୁଆପଲ୍ଲୀ
455
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏହାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନଥିବା ବେଳେ ଅନେକ ଜୀବନ ଏବେବି ମୈାଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଯାହା ଫଳରେ ଦୁର୍ଦ୍ଦଶାର ଗନ୍ତାଘର ପାଲଟି ଯାଉଛି ଅନେକ ଗ୍ରାମର ଭାଗ୍ୟ ଓ ଭବିଷ୍ୟତ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଗଡ଼ିଆସାହି ପଂଚାୟତ ସାଧୁଆପଲ୍ଲୀ ଗ୍ରାମର ଏହାର ଏକ ଦୃଷ୍ଟାନ୍ତ । ନୟାଗଡ଼ କଣ୍ଟିଲୋ ମୁଖ୍ୟ ରାସ୍ତାର ଖଳିସାହି ଛକଠାରୁ ଠାରୁ ପ୍ରାୟ ୬ କିଲୋମିଟର ଦୂରତା ଏହି ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନଥିବାରୁ ପାଦରେ ଚାଲି ଯିବାକୁ ପଡିଥାଏ । ଗଡ଼ିଆସାହି ଛକଠାରୁ ୨ କିଲୋମିଟର ରାସ୍ତାରେ ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିରହଥିବା ବେଳେ ବିପତ୍ତି ସମୟରେ ଦମକଳ ଅଥବା ଅମ୍ବୁଲାନ୍ସ ମଧ୍ୟ ଯାଇପାରେ ନାହିଁ । ବର୍ଷା ରୁତୁରେ ଅନେକ ଦିନ ଧରି ଏହା ଏକପ୍ରକାର ବାହ୍ୟ ଜଗତ ଠାରୁ ବିଛିନ୍ନ ହୋଇଥାଏ । ଝାଟି ମାଟିର ନୂଆଣିଆ ନଡ଼ା ଓ ଘାସ ଛପର ଘରେ ଏହି ଗ୍ରାମର ୧୫୦ ଲୋକ ବସବାସ କରିଥାନ୍ତି । ସବୁବେଳେ ନିଆଁ ଓ ପାଣିକୁ ଡର ଥାଏ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କେତେକ ହିତାଧିକାରୀଙ୍କୁ କାର୍ଯ୍ୟାଦଶେ ମିଳିଥିଲେ ମଧ୍ୟ ଦାରିଦ୍ର‌୍ୟତା ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିବାରୁ ଗୃହନିର୍ମାଣ ହୋଇପାରେ ନାହିଁ । କିମ୍ବା ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ କୈାଣସି ଆନ୍ତରିକ ଉଦ୍ୟମ କରାଯାଇନାହିଁ । ତେଣୁ ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରୁଥିବା ୩୦ ପରିବାରର ୧୫୦ ଜଣ ଗ୍ରାମବାସୀ ସରକାରୀ ଯୋଜନାରୁ ବଂଚିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଡ଼ାଯାଇ ନଥିବା ଅଭିଯୋଗ ହୋଇଛି । ଗ୍ରାମରେ ଥିବା ଚାଷ ଜମିକୁ ଜଳସେଚନର ସୁବିଧା ନଥିବା ବେଳେ ଗ୍ରାମ ନିକଟରେ ଥିବା ନାଳକୁ ଭରଷା କରି ବର୍ଷକରେ ଥରେ ମାତ୍ର ଚାଷ କରାଯାଏ । ଅନ୍ୟ ପକ୍ଷରେ ଯାହାବି କିଛି ଫସଲ ହୁଏ ତାକୁ ଗାଇଗୋରୁ ଓ ମାଙ୍କଡମାନେ ଆସି ଉଜାଡି ଦିଅନ୍ତି । ଏହାର ସମାଧାନ ଅସମ୍ବବ ହୋଇ ପଡିଥିବାରୁ ବେଳେ ଗ୍ରାମବାସୀ ଏକ ଚେକଡ୍ୟାମ ନିର୍ମାଣ ପାଇଁ ଦାବି କରୁଛନ୍ତି । ଗ୍ରାମଟି ମ୍ୟାଲେରିଆ ପ୍ରବଣ ଏବଂ ଅଗମ୍ୟ ହୋଇଥିବାରୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଦ ପଡେ ନାହିଁ । ନିକଟରେ ଥିବା ଗଡ଼ିଆସାହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଅନେକ ସମୟରେ ରୋଗୀଙ୍କୁ ଦୋଳାରେ ବୋହି ନେବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି । ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଆସୁଥିବା ସାମଗ୍ରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନଥିବା ବେଳେ ଏହାକୁ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି । ଗ୍ରାମରେ ଥିବା ବିଦ୍ୟାଳୟରେ ଥିଲେ ମଧ୍ୟ ପାଠପଢ଼ା ଠିକରେ ହେଉନଥିବା ଗ୍ରାମବାସୀ କହିଛନ୍ତି । ପାନୀୟ ଜଳର ସମସ୍ୟା ନକହିବା ଭଲ । ପାନୀୟ ଜଳ ୍େ‌ାଗାଣ ପାଇଁ ବିଭିନ୍ନ ଦାବି ହେଉଥିଲେ ମଧ୍ୟ ସେମାନଙ୍କ ଦାବିକୁ ନେତା ଓ ପ୍ରଶାସନିକ ଅଧିକାରୀମାନେ ଅଣଦେଖା କରୁଛନ୍ତି ଫଳରେ ଗ୍ରାମରେ ଥିବା ୨ଟି ନଳକୂପ ଗ୍ରାମବାସୀଙ୍କ ତୃଷ୍ଣା ମେଣ୍ଟାଉଛି । ହେଲେ ଖରାଦିନେ ସେଥିରୁ ବାହାରୁଥିବା ପାଣି ଆବଶ୍ୟକତା ମେଣ୍ଟାଇ ପାରେ ନାହିଁ । ବିଭିନ୍ନ ସମୟରେ ଲୋକମାନେ ବିଭିନ୍ନ ସଂକ୍ରାମକ ରୋଗରେ ପିଡିତ ହୋଇଥାନ୍ତି । ଅନ୍ୟପକ୍ଷେ ପ୍ରଶାସନିକ ଅବହେଳା ଓ ନେତାଙ୍କ ଇଛା ଶକ୍ତି ଅଭାବରୁ ଏହି ଗ୍ରାମର ବିକାଶ ହୋଇ ପାରୁ ନଥିବା ଆଲୋଚନା ହେଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!