ଚାନ୍ଦପୁର, (ବାଘୁଆବାର୍ତ୍ତା): ସପ୍ତାହନ୍ତ ସଟଡାଉନ ପାଇଁ ଶନିବାର ଓ ରବିବାର ଯାତାୟାତ ଠାରୁ ଆରମ୍ଭକରି ଦୋକାନ ବଜାର ଖୋଲିବାରେ ସମ୍ପୂର୍ଣ ରୋକ ଲଗାଇଛନ୍ତି ରାଜ୍ୟସରକାର । ରାଜ୍ୟ ସରକାର ମହାନଗର ନିଗମ, ବଡ଼ ବଡ଼ ସହର ମାନଙ୍କୁ ବୁଲା ଗାଈ ଗୋରୁ ଷଣ୍ଢ ଓ କୁକୁରମାନଙ୍କୁ ଖାଇବାକୁ ଦେବାପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ପଞ୍ଚାୟତ ସ୍ତରୀୟ କିଛି ସୁବିଧା କରିନାହାନ୍ତି । ଫଳରେ ଖାଇବାକୁ ନପାଇ ବୁଲା କୁକୁର ଗାଈ ଷଣ୍ଢ ଆଦି ଭୋକରେ ଆଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳିଛି । ନିଜ ଜୀବନକୁ ଖାତିର ନକରି କନ୍ଧନୟାଗଡ ଚାନ୍ଦପୁର ଅଞ୍ଚଳର କିଛି ସମାଜ ସେବି ପ୍ରତ୍ୟହ ଶନିବାର ଓ ରବିବାର ବୁଲା ଗାଈ ଗୋରୁ ଷଣ୍ଢକୁ କୁଣ୍ଡା ଆଉ ଚୋକଡର ମିଶ୍ରଣ ଓ କୁକୁରଙ୍କୁ ଭାତ ଆଉ ଚିକେନ ରନ୍ଧାଖାଦ୍ୟ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ଅଟୋରିକ୍ସାରେ ଖାଇବାକୁ ଦେଉଥିବାବେଳେ ଏବେ ସାଇକେଲ ରିକ୍ସାରେ ନିଜେ ଚଲେଇ ଚଲେଇ ଖାଇବାକୁ ଦେଉଛନ୍ତି । ସମାଜସେବୀ ତାପସ ରଞ୍ଜନ ମାର୍ଥାଙ୍କ ନେତୃତ୍ୱରେ ପ୍ରଭାତ ପ୍ରଧାନ, ଗୋପାଳି ନାୟକ, ବିମଳ ବେହେରା ଓ ଜାଫର ଅଲ୍ଲୀସାହା, ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଓ ରଜନୀ କାନ୍ତ ମିଶ୍ର ଏଥିରେ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା । ସମସ୍ତଙ୍କର ଗୋ ମାତାଙ୍କୁ ଏଭଳି ଭଲ ପାଇବା ଦେଖି ଅଞ୍ଚଳ ବାସି ପ୍ରଂଶସା କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଥିବା ପର୍ଯ୍ୟନ୍ତ ଏଭଳି କାର୍ୟ୍ୟ ଚାଲୁ ରହିବ ବୋଲି ଯୁବ ସମାଜସେବୀ ତାପସ ରଞ୍ଜନ ମାର୍ଥା ପ୍ରକାଶ କରିଛନ୍ତି ।





