ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ଯାତ୍ରା ଜଗତର ପରିଚିତ ତଥା ଜଣାଶୁଣା ବ୍ୟକ୍ତି ଭିକୁ ସେଟ୍ଙ୍କ ପରଲୋକ ଘଟିଛି । ଭିକୁ ସେଟ ତଥା ମହେନ୍ଦ୍ର ଦାଶଙ୍କର ଆଜି ହୃଦଘାତରେ ପରଲୋକ ଘଟିଥିବା ଜଣାଯାଇଛି । ମାତ୍ର ୫୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚୈାଦାରରୁ କଟକ ନେବା ବାଟରେ ପରଲୋକ ଘଟିଥିବା ଜଣାଯାଇଛି ।





