ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବଙ୍ଗୋମୁଣ୍ଡା ଯୁକ୍ତ ୨ ପ ।ୟତ ସମିତି ମହାବିଦ୍ୟାଳୟର କିରାଣୀଙ୍କ ଠାରୁ ଲା ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ପ୍ରିନ୍ସପାଲ୍ ମାଡ଼ାମ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଯୁକ୍ତ ୨ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଲାଇବ୍ରେରୀ କିରାଣୀ ଡୋଳମଣୀ ମେହେରା ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଗତ ୨ ତାରିଖରେ କଲେଜ୍ରେ ଦରଖାସ୍ତ ନଦେଇ ଅନୁପସ୍ଥିତ ରହିଥିଲେ । ତା’ପର ଦିନ ଡୋଳମଣୀ କଲେଜ୍କୁ ଆସି ଛୁଟି ଦରଖାସ୍ତ ଦେଇଥିଲେ ମଧ୍ୟ ପ୍ରିନ୍ସପାଲ ମାଡାମ ଦରଖାସ୍ତ ରଖିନଥିଲେ ଏବଂ ପରେ କଲେଜରେ ଅନୁପସ୍ଥିତ ନେଇ ମାଡାମ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ଯାହାକୁ ନେଇ ଏହି ଘଟଣା, ୮୦ହଜାର ଟଙ୍କାରେ ଡିଲ୍ ହୋଇଥିଲା । ଡିଲ୍୍ ମତାବକ କିରାଣୀ ୮୦ହଜାର ନେଇ ପ୍ରିନ୍ସିପାଲ ମାଡାମଙ୍କ ଘରେ ପହ ô ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ୮୦ହଜାର ଟଙ୍କା ଜବତ କରିବା ସହିତ ପ୍ରିନ୍ସପାଲ ମାଡାମଙ୍କୁ ଗିରଫ୍ କରି କଲେଲ୍ରେ ଚଢ଼ାଉ କରିଥିବା ଜଣାପଡ଼ିଛି ।






