ନୟାଗଡ଼, (ବାଘୁଆବାର୍ତ୍ତା): ଲାଂଚ ନେବା ପଡ଼ିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ଶରଣକୂଳ ଥାନା ଏଏସ୍ଆଇ ସଂଯୁକ୍ତା ମହାପାତ୍ର । ମାମଲା ରଫାଦଫା କରିବାକୁ ଅଭିଯୁକ୍ତଙ୍କଠାରୁ ୮ ହଜାର ଟଙ୍କା ଲାଂଚ ନେବା ବେଳେ ପୂର୍ବ ଯୋଜନା ମୁତାବକ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ସୂଚନାନୁସାରେ, ଏକ ଯୌତୁକ ନିର୍ଯ୍ୟାତମା ମାମଲାରେ ଅଭିଯୁକ୍ତ ଥିବା ରଙ୍କ ବେହେରା(ମହିଳା)ଙ୍କଠାରୁ ଶରଣକୂଳ ନିକଟସ୍ଥ ଭିକାରିପଡ଼ା ଗ୍ରାମରେ ୮ ହଜାର ଟଙ୍କା ଲାଂଚ ନେବା ବେଳେ ଗିରଫ ହୋଇଥିବା ଭିଜିଲାନ୍ସ ସୁତ୍ରରୁ ଜଣାପଡ଼ିଛି । ଆସନ୍ତାକାଲି ତାଙ୍କୁ ଭିଜିଲାନ୍ସ କୋର୍ଟ ଚାଲାଣ କରା ଯିବ ବୋଲି ଜଣାଯାଇଛି ।






