ସମ୍ବଲପୁର,(ବାଘୁଆବାର୍ତ୍ତା): ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ଏସଡିଏମଓଙ୍କୁ କାବୁ କରିବା ସହ ୫୫୦୦ ଟଙ୍କା ଭିଜିଲାନ୍ସ ଜବତ କରିଛି । ତେବେ ଏଭଳି ଘଟଣା ଘଟିଛି ରେଢ଼ାଖୋଲ ଅଞ୍ଚଳରେ । ସୂଚନାନୁସାରେ, ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ରୋଗୀର ଅସ୍ତ୍ରୋପ୍ରଚାର କରିବା ପାଇଁ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ୫୫୦୦ ଟଙ୍କା ଲା ମାଗିଥିଲେ । ତେବେ ରୋଗୀଙ୍କ ସଂପର୍କୀୟ ଏସଡିଏମଓ ବିପିନ ବିହାରୀ ସାହୁଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ବିପିନଙ୍କୁ ଗିରଫ କରିଛି ସମ୍ବଲପୁର ଭିଜିଲାନ୍ସ ଟିମ୍ ।





