ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ମୁନିସପାଲଟି୍ ଆକାଉଣ୍ଟାଟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ୨୦ ହଜାର ଲାଞ୍ଚ ନେବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି । ଇଟାମାଟି ସ୍ଥିତ ତାଙ୍କ ଭଡ଼ାଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ପୁରୁଣାସହର ଶଗଡ଼ିଆସାହିର ଠିକାଦାର ଜଗନ୍ନାଥ ସିଅଙ୍କର ଏକ କାମର ସିକ୍ୟୁରିଟ୍ ଟଙ୍କା ଫେରାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ସିଅ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ, ଆଜି ଠିକାଦାର ସିଅ ଆକାଉଣ୍ଟାଟ ପାଖକୁ ଯାଇ ଏକ ଲଫାପା ମଧ୍ୟରେ ଟଙ୍କା ଭର୍ତ୍ତୀ କରି ଟେବୁଲ୍ ଉପରେ ରଖିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ଜଣାଯାଇଛି । ସେଠାରୁ ତାଙ୍କୁ ନୟାଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ପୈାରକାର୍ଯ୍ୟାଳୟର ସିସିଟିଭି ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି ।





