ନୟାଗଡ କ୍ଷୁଦ୍ର ଜଳସେଚନ ବିଭାଗର କିରାନୀ ତଥା କୋଷାଦକ୍ଷ ନିଗମାନନ୍ଦ ଭୁଇଁୟା ଭିଜିଲାନ୍ସ ଟ୍ରାପରେ ପଡିଛନ୍ତି । ତାଙ୍କ ଠାରୁ ୧୩,୫୦୦ ରଂଗ ଦିଆ ଟଙ୍କା ଧରାପଡିଛି । ଏହି ବିଭାଗରେ କାର୍ଯ୍ୟ କରୁଥିବା ଯୁଗଳକିଶୋର ପ୍ରଧାନ , ଗ୍ରାମ-ନାଟୁଗାଁ, ଥାନା- ଇଟାମାଟି । ତାଙ୍କର ଅମାନତ ରାଶି ୧,୮୯,୬୧୧ ଟଙ୍କା ପାଇବାର ଥିଲା । ବହୁତ ଦିନଧରି ଏହି କାର୍ଯ୍ୟକୁ କରୁନଥିଲେ । ସଂପୃକ୍ତ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ୧୩,୫୦୦ ଟଙ୍କା ଦେଉଥିବା ବେଳେ ସଂପୃକ୍ତ କିରାନୀ ରଂଗ ବୋଳା ଟଙ୍କା କୁ ନିଜ ପକେଟରେ ରଖିଥିଲେ । ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଚଢଉ କରି ଉକ୍ତ କିରାନୀ କୁ ଗିରଫ କରିଛନ୍ତି ।






