ବାରିପଦା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ବ୍ଲକ ସହକାରୀ ଯନ୍ତ୍ରୀ। ମୟୂରଭଞ୍ଜ କୁଳିଅଣା ବ୍ଲକ ସହକାରୀ ଯନ୍ତ୍ରୀ ଧୀରାୟ ମାଝୀଙ୍କ ଘରେ ଭିିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରିଛି। ପୈତୃକ ଗାଁ ଶୁଳିଆପଦା ବ୍ଲକ ଶୁଖୁଲାଖାଳି, କୋଷ୍ଠକ୍ଷ ଛକବଜାର ସ୍ଥିତ ବାସଭବନ, ବାରିପଦା ସ୍ଥିତ ବାସଭବନରେ ଏକକାଳୀନ ରେଡ୍ ଚାଳିଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ ବହୁ ମୂଲ୍ୟବାନ କାଗଜ ପତ୍ର ଜବତ ହୋଇଛି। ତେବେ ଏପର୍ୟ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।





