Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲାଞ୍ଚ ମାଗିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ମହିଳା କନେଷ୍ଟବଳ ନିଲମ୍ବିତ, ହୋଇଥିଲା ଅଡିଓ ଭାଇରାଲ

by ସଞ୍ଜୟ ସ୍ୱାଇଁ
August 28, 2023
in Crime, State
ଲାଞ୍ଚ ମାଗିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ମହିଳା କନେଷ୍ଟବଳ ନିଲମ୍ବିତ, ହୋଇଥିଲା ଅଡିଓ ଭାଇରାଲ
84
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଭିଜିଲାନ୍ସ ବିଭାଗର ମହିଳା କନେଷ୍ଟବଳ ସାଗରିକା ବାରିକ ନିଲମ୍ବିତ ହୋଇଛନ୍ତି । ମହିଳା କନେଷ୍ଟବଳ ସାଗରିକା ବାରିକ ଜଣେ ମୁଦାଲାଙ୍କୁ ଲାଞ୍ଚ ମାଗିବାର ଅଡିଓ ଭାଇରାଲ୍ ହେବା ପରେ ତାଙ୍କୁ ପ୍ରଥମେ ତୁରନ୍ତ ବାଲେଶ୍ୱର ଭିଜିଲାନ୍ସ ହେଡକ୍ୱାର୍ଟରକୁ ବଦଳି କରାଯାଇଥିଲା । ଏହାସହ ପ୍ରାଥମିକ ତଦନ୍ତ ପରେ ସାଗରିକାକୁ ନିଲମ୍ବନ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି । ଏହାସହ ଅଡିଓରେ ମହିଳା କନେଷ୍ଟବଳ ଯେଉଁମାନଙ୍କ ନାମ ନେଉଛନ୍ତି ସେ ସମ୍ପର୍କରେ ମଧ୍ୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ସାରା କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ବିଭାଗର ମହିଳା କନେଷ୍ଟବଳ ସାଗରିକା ବାରିକଙ୍କ ଅଡ଼ିଓ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି । ଆଉ ସେ କଥା ହେଉଥିବା ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ଜାଲରେ ପଡିଥିବା ଜଣେ ବ୍ୟକ୍ତି ବୋଲି ଜଣାପଡିଛି । ଯାହାଙ୍କର ମାମଲା ଏବେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି ।

ମୋବାଇଲ ମାଧ୍ୟମରେ ମାମଲାକୁ ରଫାଦଫା କରିବାକୁ ଏବଂ କେଶ କିପରି ଦୁର୍ବଳ ହେବ ସେଥିପାଇଁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ କିଛି ମାଲ୍ ଖର୍ଚ୍ଚ କରିବାକୁ ପଡିବ ବୋଲି ମହିଳା କର୍ମଚାରୀ ଜଣଙ୍କ କହୁଥିବା ଅଡିଓରେ ଶୁଣା ଯାଉଛି । ଉପରୁ ତଳ ପର‌୍ୟ୍ୟନ୍ତ ସରକାରୀ ଓକିଲ ସମସ୍ତେ ନେବେ, କେତେ ଖର୍ଚ୍ଚ କରିପାରିବ ବୋଲି ମହିଳା କର୍ମଚାରୀ ପଚାରୁଛନ୍ତି । ମୁଁ ସବୁ କରେଇ ପାରିବି ଆଗରୁ ଏମିତି ବହୁତ ଲୋକଙ୍କ କାମ କରାଯାଇଛି ବୋଲି କହୁଛନ୍ତି । ମହିଳା ଜଣଙ୍କ ଟଙ୍କା ପାଇଁ ଏତେ ତଳକୁ ଖସି ଯାଇଛନ୍ତି ଯେ ଦୁନିଆରେ କେହି ସଚ୍ଚୋଟ ନୁହଁ । ଏପରିକି ତାଙ୍କ ବାପା-ମା’ ବି ମିଛୁଆ, ମିଛ କହି ତାଙ୍କୁ ଜନ୍ମ କରିଛନ୍ତି । ଖର୍ଚ୍ଚ କଲେ ସବୁ ସମ୍ଭବ ବୋଲି ମଧ୍ୟ କହୁଛନ୍ତି । ତେବେ ଦୁର୍ନୀତିଖୋର ଲୋକଙ୍କୁ ଭିଜିଲାନ୍ସ ଧରୁଥିବା ବେଳେ ଭିଜିଲାନ୍ସର ଜଣେ ମହିଳା କର୍ମଚାରୀଙ୍କ ଏହି ଅଡିଓ ଏବେ ଭିଜିଲାନ୍ସ ବିଭାଗକୁ ଅଡ଼ୁଆରେ ପକାଇଥିଲା । ଚଳିତ ମାସ ୨୬ ତାରିଖରେ ବାଲେଶ୍ଵର ଭିଜିଲାନ୍ସ ଏସପି କେନ୍ଦୁଝର ଜିଲ୍ଲା ଗସ୍ତ ରେ ଥିବା ବେଳେ ସେ ଏ ଘଟଣା ସଂପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ । ପରେ ପରେ ତୁରନ୍ତ ସାଗରିକାଙ୍କୁ ବାଲେଶ୍ଵର ହେଡକ୍ୱାର୍ଟରକୁ ବଦଳି କରିଥିଲେ ଓ ପ୍ରାଥମିକ ତଦନ୍ତ ପରେ ତାଙ୍କୁ ଏବେ ଚିକିରିରୁ ନିଲମ୍ବିତ କରାଯିବା ସହ ତଦନ୍ତ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!