ନୟାଗଡ଼,(ବାଘୁଆବାର୍ତ୍ତା): ଶିକ୍ଷକ ହୋଇ ବନିଛନ୍ତି କୋଟି କୋଟି ସଂପତ୍ତିର ମାଲିକ । ତେଣୁ ଏନେଇ ଭିଜିଲାନ୍ସ ପାଖରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ ଶିକ୍ଷକଙ୍କ ଉପରେ ନଜର ରଖିଥିଲା । ତେଣୁ ଆଜି ସମ୍ବଲପୁର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ମିଳିତ ଭାବେ କୋଟିପତି ଶିକ୍ଷକଙ୍କ ଘରେ ଚଢାଉ କରିଥିବା ଜଣାପଡିଛି । ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଶିକ୍ଷକ ସନ୍ତୋଷ ସାହୁ ଆୟବହିର୍ବୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଦୁଇଟି ଜିଲ୍ଲାର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢଉ କରିଥିବା ଜଣାପଡିଛି ।






