ବାଲିପାଟଣା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକଙ୍କୁ ଧରିଛି ଭିଜିଲାନ୍ସ । ମଧ୍ୟସ୍ଥି ମଧ୍ୟ ଭିଜିଲାନ୍ସ ହେପାଜତରେ । ସୂଚନାଯୋଗ୍ୟ ଯେ, ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ମଧ୍ୟସ୍ଥି ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ । ୨୦୨୩ ମସିହାର ଏକ ବିଲ୍ ପାସ୍ କରିବାକୁ ଯଶୁଆପୁରର ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ଠାରୁ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏଥିରେ ଜଣେ ବ୍ୟକ୍ତି ମଧ୍ୟସ୍ଥତା କରିଥିଲେ । ଏ ନେଇ ରଶ୍ମୀ ରଞ୍ଜନ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ମଧ୍ୟସ୍ଥି ଜରିଆରେ ୧୦ହଜାର ଟଙ୍କା ଦିଆଯାଇଥିଲା । ପରେ ଭିଜିଲାନ୍ସ ଅଫିସର କନିଷ୍ଠ ଯନ୍ତ୍ରୀଙ୍କୁ ନିଜ ହେପାଜତକୁ ନେଇଥିଲେ । ଏହାସହ ସଂପୃକ୍ତ ମଧ୍ୟସ୍ଥିକୁ ମଧ୍ୟ ହେପାଜତକୁ ନେଇଛି ଭିଜିଲାନ୍ସ ।





