Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସହକାରୀ ଯନ୍ତ୍ରୀଙ୍କ କୋଠା ସଉକ ଠାବ କଲା ଭିଜିଲାନ୍ସ

by ସଞ୍ଜୟ ସ୍ୱାଇଁ
September 11, 2024
in Crime, State
ସହକାରୀ ଯନ୍ତ୍ରୀଙ୍କ କୋଠା ସଉକ ଠାବ କଲା ଭିଜିଲାନ୍ସ
183
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ୬ଟି ବହୁତଳ କୋଠା ଠାବ କରାଯାଇଛି। ସେଥିରୁ ୨ଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ୨ଟି ୩ ମହଲା ଓ ଆଉ ୨ଟି ୨ ମହଲା ବିଶିଷ୍ଟ କୋଠା। ଏହା ବ୍ୟତୀତ ତାଙ୍କର ୫ଟି ବାସୋପଯୋଗୀ ପ୍ଲଟ ଅଛି। ବ୍ରହ୍ମପୁରର ତୁଳସୀ ନଗରରେ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କର ଏକ ୪ ମହଲା କୋଠା ଅଛି। ୯ ହଜାର ବର୍ଗଫୁଟ୍‌ରେ ନିର୍ମିତ ଏହି କୋଠାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ। ଭଞ୍ଜନଗରର ବାଗ୍‌ଦେବୀ ରୋଡ୍‌ରେ ତାଙ୍କର ଆଉ ଏକ ୪ ମହଲା କୋଠା ଅଛି। ୬ ହଜାର ବର୍ଗଫୁଟ୍‌ରେ ତିଆରି ହୋଇଛି ଏହି ୪ ମହଲା କୋଠା। ସେହି ବାଗ୍‌ଦେବୀ ରୋଡ୍‌ରେ ଇଞ୍ଜିନିୟର ଶ୍ରୀ ସ୍ୱାଇଁଙ୍କର ଏକ ୩ ମହଲା କୋଠା ମଧ୍ୟ ଅଛି। ୩୦୦୦ ବର୍ଗଫୁଟରେ ତିଆରି ହୋଇଛି ଏହି କୋଠା। ସେହିଭଳି ଭଞ୍ଜନରରେ ତାଙ୍କର ଆଉ ଏକ ତିନି ମହଲା କୋଠା ଅଛି, ଯାହା ୨୫୦୦ ବର୍ଗଫୁଟରେ ନିର୍ମିତ ହୋଇଛି। ଭଞ୍ଜନଗରର ଲୁଡୁଲୁଡିରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି, ଯାହା ତାଙ୍କର ପୈତୃକ ଘର। ଏହା ବ୍ୟତୀତ ବ୍ରହ୍ମପୁରରେ ତାଙ୍କର ଗୋଟିଏ ପ୍ଲଟ ଥିବା ବେଳେ ଭଞ୍ଜନଗର ଆଖପାଖରେ ୪ଟି ପ୍ଲଟ ଅଛି। ସହକାରୀ ଯନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କର ଏହି ସବୁ ଘର ଓ ପ୍ଲଟଗୁଡ଼ିକର ମାପଚୁପ ଏବଂ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍। ତେଣୁ ପରେ ଏଗୁଡ଼ିକର ପ୍ରକୃତ ମୂଲ୍ୟ ଜଣାପଡ଼ିବ। ତାଙ୍କର ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ନିବେଶ ନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଚାଲିଛି। ତାଙ୍କର ୨ଟି ଦୁଇ ଚକିଆ ଯାନ ଅଛି। ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଆଗକୁ ଇଞ୍ଜିନିୟର ଶ୍ରୀ ସ୍ୱାଇଁଙ୍କର ଆହୁରି ସଂପତ୍ତି ସାମ୍ନାକୁ ଆସିବ ବୋଲି କୁହାଯାଉଛି। ୭ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୫ ଜଣ ଇନ୍ସପେକ୍ଟର/ଏଏସ୍‌ଆଇ ଓ ଅନ୍ୟ ସପୋର୍ଟ ଷ୍ଟାଫ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!