ନୟାଗଡ଼, (ବାଘୁଆବାର୍ତ୍ତା): ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ ଏମ୍ଭିଆଇ । ଏମଭିଆଇ ପଞ୍ଚାନନ ବେହେରାଙ୍କ କାର୍ୟ୍ୟାଳୟ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଏହି ଚଢ଼ଉରେ ଭିଜିଲାନ୍ସ ପକ୍ଷରୁ ୬ ଜଣ ଡିଏସପି, ୩ ଜଣ ଇନିସ୍ପେକ୍ଟର, ୮ ଜଣ ଏଏସଆଇ ଓ ଅନ୍ୟାନ୍ୟ ଷ୍ଟାଫ ମାନେ ସାମିଲ ହୋଇଛନ୍ତି ।
ନୟାଗଡ଼, ଖୋର୍ଦ୍ଧା, କଟକ ସମେତ ୭ ଗୋଟି ସ୍ଥାନରେ ଚଢ଼ଉ ଜାରି ରହିଛି । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଥିବା ଦୁଇ ମହଲା କୋଠା ଘର, ଭୁବନେଶ୍ୱର ପାଣ୍ଡେରାରେ ଥିବା ସିଙ୍ଗିଲ କୋଠାଘର, ନୟାଗଡ଼ରେ ଥିବା ଭଡା ଘର, ଅଫିସ୍ ଚାମ୍ବର, କଟକ ଜିଲ୍ଲା ବାଲିପଦା ନିଜ ପୈତୃକ ଘର, ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଗ୍ରାମର ସମ୍ପର୍କିୟ ଘର ଓ ଭୁବନେଶ୍ୱର ପାଣ୍ଡରାର ସତ୍ୟ ବିହାର ସରପଞ୍ଚଙ୍କ ଘରେ ଚଢ଼ଉ ଜାରି ରହିଛି ।
ଏଥି ସହିତ ନୟାଗଡ଼ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଯୋରଦାର କରାଯାଇଛି । ଏବେ ତାଙ୍କର ଆୟ ବହିର୍ଭୁତ ସମ୍ପତିର ହିସାବ ଚାଲିଛି । ସୁଚନା ଥାଉକି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ଜାରି ରହିଛି ।





