ଭବାନୀପାଟଣା, (ବାଘୁଆବାର୍ତ୍ତା): ଆଜିକାଲି ଦୁର୍ନୀତିର ମାମଲା ବଢିବାରେ ଲାଗିଛି । କିଏ ବ୍ରାଉନ ସୁଗର କାରବାର କରୁଛି ତ କିଏ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି । ସେହିଭଳି ଥୁ. ରାମପୁର ବ୍ଲକର ଏମ୍ଆଇ ଭିଜିଲାନ୍ସ ଜାଲରେ ଫସି ଯାଇଛନ୍ତି । ବ୍ଲକ ଅଫିସରେ ଲାଞ୍ଚ ନେବା ବେଳେ ଏମଆଇ ସୁଶାନ୍ତ ମଲ୍ଲିକ ଧରାପଡ଼ିଛନ୍ତି । ଜଣେ ବ୍ୟକ୍ତିଙ୍କ ଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଏମଆଇ ।





