Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବ୍ରାଞ୍ଚ୍ ଇନଚାର୍ଜ୍

by ସଞ୍ଜୟ ସ୍ୱାଇଁ
February 28, 2025
in Crime, State
ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବ୍ରାଞ୍ଚ୍ ଇନଚାର୍ଜ୍
59
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବିଆଇସି ସତ୍ୟ ନାରାୟଣ ଚାଲାଣ । ଲାଞ୍ଚ ନେବାବେଳେ ବ୍ରାଞ୍ଚ୍ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍ କୁନ୍ଦୁଲି LAMPCS ବ୍ରାଞ୍ଚ୍ ଇନଚାର୍ଜ୍ ସତ୍ୟନାରାୟଣ ଚାଲାଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ବ୍ରାଞ୍ଚ୍ ଇନଚାର୍ଜ୍‌ଙ୍କ ୨ ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ମିଳିଥିବା ସୂଚନାଅନୁସାରେ ଜଣେ ବାଜରା ଚାଷୀଙ୍କୁ ଲାଞ୍ଚ ମାଗିଥିଲେ ସିମିଳିଗୁଡ଼ା ବ୍ଲକ୍ କୁନ୍ଦୁଲି LAMPCS ର ବ୍ରାଞ୍ଚ୍ ଇନଚାର୍ଜ୍ ସତ୍ୟନାରାୟଣ ଚାଲାଣ। ବାଜରା ବସ୍ତା ପ୍ରତି ୪୫ ଟଙ୍କା ହିସାବରେ ୧୧୭ଟି ବସ୍ତା ପାଇଁ ୫୦୦୦ରୁ ଅଧିକ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏହି ଲାଞ୍ଚ ଟଙ୍କାକୁ କମାଇ ସେ ୩୦୦୦ ଟଙ୍କା ମାଗିଥିଲେ । ଲାଞ୍ଚ ନଦେଲେ ସେ ବାଜରା ବସ୍ତା ଗୁଡିକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ। ଆଉ ଆଜି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ କୁନ୍ଦୁଲି ଲ୍ୟାମ୍ପ ବିଆଇସି ସତ୍ୟ ନାରାୟଣ ଚାଲାଣ ଲାଞ୍ଚ ନେବା ବେଳେ ଧରିଛି। ବିଆଇସି ସତ୍ୟ ନାରାୟଣ ଚାଲାଣଙ୍କ ପାଖରୁ ସମସ୍ତ ରଙ୍ଗ ବୋଳା ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି । ଏହି ଚଢାଉ ପରେ ସତ୍ୟନାରାୟଣ ଚାଲାଣଙ୍କ ନାଁରେ ମାମଲା ରୁଜୁ କରି ତାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!