ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପରୀକ୍ଷିତଙ୍କ ମୟୂରଭଞ୍ଜର ଥିବା ପୈତୃକ ଘର, ନୀଳଗିରି ସ୍ଥିତ ବାଲିଗୋହିରିରେ ଥିବା ଭଡ଼ା ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ଭିଜିଲାନ୍ସର ୧୨ଟି ଟିମ୍ ସାମିଲ ହୋଇଛନ୍ତି। ଡେପୁଟି କଲେକ୍ଟରଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ପରୀକ୍ଷିତଙ୍କ ଘରେ ଆଜି ଚଢ଼ାଉ କରିଛି।





