କଳାହାଣ୍ଡି, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ବିଡ଼ିଓ । ୭ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ । ଭବାନୀପାଟଣାରୁ ମିଟିଂ ସାରି ଫେରିବା ବେଳେ ଅକ୍ଷମିତା କାର୍ତ୍ତିକ ଧରିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକ ସରକାରୀ ଗାଡିରେ ୭ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଂ ନିକଟରେ ଭିଜିଲାନ୍ସ ବିଭାଗର ୧୫ ଜଣିଆ ସ୍ବତନ୍ତ୍ର ଟିମ୍ ଚଢାଉ କରିଥିଲା । ଗାଡିରେ ଥିବା ନଗଦ ୭ ଲକ୍ଷ ଟଙ୍କା ଜବତ କରିବା ସହ ବିଡ଼ିଓ ଅକ୍ଷୟମିତା କାର୍ତ୍ତିକଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟଳୟରେ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଅନ୍ୟା ୩ଟି ଟିମ୍ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ବିଡ଼ିଓଙ୍କ ବାସଭବନରେ ଚଢାଉ କରିଥିବା ନେଇ ସୂଚନା ମିଳିଛି।