ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପଡିଛନ୍ତି ଅଙ୍ଗନବାଡି ସୁପରଭାଇଜର ରାଜେଶ୍ୱରୀ ରାଜ କୁମାରୀ ନାଗ। ଜଣେ ଅଙ୍ଗନବାଡି କର୍ମୀଙ୍କଠୁ ଖେଳନା ଓ ଖାଦ୍ୟ ବାବଦ ବିଲ ପାସ୍ କରିବାକୁ ୫୪୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର ହେଉଛନ୍ତି ରାଜେଶ୍ୱରୀ ରାଜ କୁମାରୀ ନାଗ। କୋରାପୁଟ ଭିଜିଲାନ୍ସ ଟିମ୍ ରାଜେଶ୍ୱରୀ ରାଜ କୁମାରୀ ନାଗଙ୍କୁ ରଙ୍ଗ ବୋଳା ଟଙ୍କା ସହ ଧରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବନ୍ଧିଗୁଡାର ଅଙ୍ଗବାଡି କର୍ମୀ ଶୁଭସୀତା ପାତ୍ରଙ୍କଠାରୁ ଖେଳନା ଓ ଖାଦ୍ୟ ବାବଦ ବିଲ ପାସ୍ କରିବାକୁ କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର ରାଜେଶ୍ୱରୀ ରାଜ କୁମାରୀ ନାଗ ୫୪୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଙ୍ଗବାଡି କର୍ମୀ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ। ଆଜି ଅଙ୍ଗବାଡି କର୍ମୀ ଜଣଙ୍କ ସୁପରଭାଇଜର ରାଜେଶ୍ୱରୀ ରାଜ କୁମାରୀ ନାଗଙ୍କୁ ଲାଞ୍ଚ ଟଙ୍କା ଦେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଏଥି ସହିତ କୋରାପୁଟ ଭିଜିଲାନ୍ସ ଥାନାରେ 31/2023 U/s 7 P.C କେସ୍ ନମ୍ବରରେ ଏକ ମାମଲା କରାଯାଇ ଅଙ୍ଗନବାଡି ସୁପରଭାଇଜର ରାଜେଶ୍ୱରୀ ରାଜ କୁମାରୀ ନାଗଙ୍କ ଘର ସମେତ ଦୁଇଟି ସ୍ଥାନରେ ଚଡାଉ କରାଯାଉଛି।





