Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଏମଭିଆଇଙ୍କର ୨୭ଟି ପ୍ଲଟ ଠାବ, ୧୦ ବେନାମୀ ପ୍ଲଟ, ୪ ବେନାମୀ ଗାଡ଼ି

by ସଞ୍ଜୟ ସ୍ୱାଇଁ
January 9, 2024
in Crime, Nayagarh, State
ଭିଜିଲାନ୍ସ ପଞ୍ଝାରେ ନୟାଗଡ଼ ଏମ୍‌ଭିଆଇ, ୭ଟି ସ୍ଥାନରେ ଚାଲିଛି ଚଢ଼ଉ
316
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ ( MVI) ପଞ୍ଚାନନ ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ତାଙ୍କର କେବଳ ଭୁବନେଶ୍ୱରରେ ୨୭ଟି ପ୍ଲଟ ଠାବ କରାଯାଇଛି। ଏହି ୨୭ଟି ପ୍ଳଟ୍ ମଧ୍ୟରୁ ୧୦ଟି ବେନାମୀ। ସେହିଭଳି ୪ଟି ୪ ଚକିଆ ଗାଡ଼ି ଠାବ କରାଯାଇଥିବା ବେଳେ ସେଗୁଡ଼ିକ ବି ବେନାମୀ। ଏହି ୪ ଚକିଆ ଗାଡ଼ିଗୁଡ଼ିକ ମଧ୍ୟରେ ରହିଛି ମାରୁତି ସୁଜୁକି, ଫୋର୍ଡ ଫିଗୋ ଓ ଏକ ଅଶୋକ ଲେଲ୍ୟାଣ୍ଡ ପିକ୍‌-ଅପ୍। ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଏମ୍‌ଭିଆଇ ପଞ୍ଚାନନ ବେହେରାଙ୍କର ଏକ ଦୁଇ ମହଲା କୋଠା ଅଛି। ୩୦୦୦ ବର୍ଗଫୁଟରେ ଏହି ଘରଟି ହୋଇଛି। ସେହିପରି ଭୁବନେଶ୍ୱରର ପ୍ରାଣ୍ଡ୍ରାର ସତ୍ୟ ବିହାରରେ ତାଙ୍କର ଏକ ମହଲା ବିଶିଷ୍ଟ ଏକ ଘର ଅଛି, ଯାହା ୨୪୦୦ ବର୍ଗଫୁଟ୍‌ ଜାଗାରେ ନିର୍ମିତ ହୋଇଛି। ଏହା ସହିତ ବ୍ୟାଙ୍କ, ପୋଷ୍ଟାଲ, ବୀମା ଓ ଅନ୍ୟାନ୍ୟ ଜମା ଠାବ କରାଯାଇଛି। ତେବେ ଏଗୁଡ଼ିକର ପରିମାଣ କେତେ, ସେ ନେଇ ଭିଜିଲାନ୍ସ ପକ୍ଷରୁ କିଛି କୁହାଯାଇନାହିଁ। ଠାବ ହୋଇଥିବା ଏହି ସବୁ ପ୍ଲଟ୍ ଓ ଘରଗୁଡ଼ିକର ମୂଲ୍ୟ ଜଣାପଡ଼ିନାହିଁ। ଭିଜିଲାନ୍ସର ବୈଷୟିକ ଟିମ୍ ଏସବୁର ମାପଚୁପ ଓ ମୂଲ୍ୟାୟନ କରୁଛି। ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଓ ଖୋଡ଼ତାଳ ଜାରି ରହିଛି। ଆଜିର ଏହି ଚଢ଼ାଉରେ ଭିଜିଲାନ୍ସର ୬ ଜଣ ଡିଏସପି, ୩ ଜଣ ଇନ୍‌ସପେକ୍ଟର, ୮ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!