ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବର୍ତ୍ତମାନର ତାଜା ସୂଚନା । ଭିଜିଲାନ୍ସ ଜାଲରେ ଧରାପଡିଲେ କୃଷି ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ କୃଷି ଅଧିକାରୀ । କୃଷି ଅଧିକାରୀ ଜଣଙ୍କ ଜଭେ ବ୍ୟକ୍ତିଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଲାଞ୍ଚ ନେଇ ଧରାପଡିଲେ ସହାୟକ କୃଷି ଅଧିକାରୀ । ବରଗଡ଼ ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବଳେ ଧରିଲା ଭିଜିଲାନ୍ସ । ସୂଚନାନୁସାରେ, ଲାଇଲେନ୍ସ ବାତିଲ କରିବା ଧମକ ଦେଇ ସାର ଡିଲରଙ୍କଠାରୁ ନେଉଥିଲେ ଲାଞ୍ଚ । ପାଇକମାଳ ନୃସିଂହନାଥ ରୋଡ଼ରେ ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏହି ଆଧାରରେ ସହାୟକ କୃଷି ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ । ବରଗଡ ପାଇକମାଳସ୍ଥିତ ଅଫିସ, ଭୁବନେଶ୍ବର ଶୈଳେଶ୍ରୀ ବିହାରସ୍ଥିତ ଘର, କଟକ ତିଗିରିଆ ସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି ।





