Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରଡି ବିଭାଗ ମୁଖ୍ୟଯନ୍ତ୍ରୀ ଭିଜିଲାନ୍ସ ଜାଲରେ

by ସଞ୍ଜୟ ସ୍ୱାଇଁ
May 30, 2025
in Crime, State
ଆରଡି ବିଭାଗ ମୁଖ୍ୟଯନ୍ତ୍ରୀ ଭିଜିଲାନ୍ସ ଜାଲରେ
78
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଆରଡି ବିଭାଗ ମୁଖ୍ୟଯନ୍ତ୍ରୀ । ଭୁବନେଶ୍ୱର ଆରଡି ବିଭାଗ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍ । ଅନୁଗୁଳ ବାସଭବନ ସମେତ କଟକ ଓ ଢେଙ୍କାନାଳରେ ମଧ୍ୟ ଚଢ଼ାଉ ଜାରି ରହିଛି । ସୂଚନା ଥାଉକି, ଭୁବନେଶ୍ୱର ଆରଡି ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଆୟରୁ ଅଧିକ ସମ୍ପତ୍ତି ଥିବା ନେଇ ଖବର ପାଇଥିଲା ଭିଜିଲାନ୍ସ । ଏନେଇ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏବେ ବି ଅନେକ ସ୍ଥାନରେ ରେଡ୍ ଚାଲିଛି । ୮ ଜଣିଆ ଟିମ୍ ଅନୁଗୁଳ ସ୍ଥିତ ବାସଭବନରେ ଚଢ଼ାଉ କରୁଛି। ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନରେ ରେଡ଼ ଚାଲିଥିବା ସୂଚନା ମିଳିଛି । ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଡିଏସପି ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଅନୁଗୁଳ, ଢେଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । କରଡ଼ାଗାଡ଼ିଆ, ଲୋକେଇପଶି, ମାଟିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ ଜାରି ରହିଛି । ରେଡ୍ ବେଳେ ଘରୁ ପୁଳା ପୁଳା ଟଙ୍କା ମିଳିଥିବା ସୂଚନା ମିଳିଛି । କରଡ଼ାଗାଡ଼ିଆରୁ କୋଟିଏ ୪୦ ଲକ୍ଷ ଟଙ୍କା ନଗଦ ବର୍ତ୍ତମାନ ସୁଦ୍ଧା ମିଳିଥିବା ଜଣା ପଡ଼ିଛି । ତେବେ ଯାହା ଜଣାପଡିଛି ଆଉ କିଛି ଦିନ ପରେ ତାଙ୍କର ଚାକିରି କାର୍ଯ୍ୟକାଳ ସରିଥାନ୍ତା । ହେଲେ ଅବସର ପୂର୍ବରୁ ମାଡିବସିଛି ଭିଜିଲାନ୍ସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!