ନୟାଗଡ଼, (ବାଘୁଆବାର୍ତ୍ତା): ମେଧାବୃତ୍ତି ଟଙ୍କା କରାଇ ଦେବା ପାଇଁ କିରାନି ନେଉଥିଲେ ୪ ହଜାର ଟଙ୍କା । ଠିକ୍ ସେହି ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍ । ସୂଚନାନୁସାରେ, କଟକ ଜିଲ୍ଲା ସାଲେପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ଛନିପୁର ହାଇସ୍କୁଲର କନିଷ୍ଠ କିରାନି ଅରୁଣ କୁମାର ପରୀଡ଼ା ଜଣେ ମେଧାବୀ ଛାତ୍ରର ମେଧାବୃତ୍ତି ଟଙ୍କା ପ୍ରଦାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ମେଧାବୀଙ୍କ ବାପା ବିପିନ ବିହାରୀ ବିଶ୍ୱାଳ କଟକ ଭିଜିଲାନ୍ସ ଡିଭିଜନର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତ ଅନୁସାରେ, ମେଧାବୀ ବାପାଙ୍କ ଠାରୁ କିରାନୀ ଜଣକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢଉ କରିଥିଲା । ଭିଜିଲାନ୍ସ କିରାନିଙ୍କ ଠାରୁ ୪ହଜାର ଟଙ୍କା ଜବତ କରିବା ସହ କିରାନିଙ୍କ ଭଡ଼ା ଘରେ ମଧ୍ୟ ବିଜିଲାନ୍ସ ଟିମ୍ ଚଢଉ ଜାରି ରଖିଥିବା ସୂଚନା ମିଳିଛି ।





