ନୟାଗଡ଼,(ବାଘୁଆବାର୍ତ୍ତା): ସକାଳୁ ସକାଳୁ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରାଯାଇଛି । ଆୟବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗକୁ ଭିତିକରି ସୁନ୍ଦୁଗଡ଼ ଭିଜିଲାନ୍ସ ଟିମ୍ ସକାଳୁ ବଡ଼ଗାଁ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ଅଫିସରେ ଚଢଉ କରିବା ସହିତ ଲେଫ୍ରିପଡାରେ ଥିବା ନିଜସ୍ୱ ବାସଭବନ, ଡେଙ୍ଗିରାଡ଼ି ବାସଭବନରେ ଚଢଉ କରାଯାଇଥିବା ସୂଚନା ମିଳିଛି ।





