ଅନୁଗୁଳ,(ବାଘୁଆବାର୍ତ୍ତା): ପିଅନ ଠାରୁ ଲାଞ୍ଚ ନେବା ମହଙ୍ଗାପଡିଛି । ଅନୁଗୁଳ ସମାଜ ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ୍ ଜଣେ ପିଅନ ଠାରୁ ନିଜ ଅଫିସ ଚ୍ୟାମ୍ବରରେ ୪୯ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ସୂଚନାନୁସାରେ, ଚର୍ତୁଭୂଜ ପୋଢ ପିଅନ ଠାରୁ ୩ମାସର ଦରମା କରେଇ ଦେବାନେଇ ଲାଞ୍ଚ ମାଗିଥିଲେ । ଚର୍ତୁଭୂଜ କଟକ ଭିଜିଲାନ୍ସ ଟିମ୍ ସହିତ ଯୋଗାଯୋଗ କରିଥିଲେ । ଭିଜିଲାନ୍ସ ସମାଜ ମଙ୍ଗଳ ଅଧିକାରୀଙ୍କ ଠାରୁ ୪୯ ହଜାର ଟଙ୍କା ଜବତ କରିଛି । ଏଥି ସହିତ ସମାଜ ମଙ୍ଗଳ ଅଧିକାରୀଙ୍କ ସରକାରୀ, ବେସରକାରୀ ବାସଭବନରେ ଚଢଉ କରାଯାଇଛି ।






