ନୟାଗଡ଼, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଜଜଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅବକାରୀ ବିଭାଗର ଏଏସ୍ଆଇଙ୍କ ଘରେ ଚଢ଼ଉ ଜାରି ରହିଛି । ନୟାଗଡ଼ ପୁରୁଣା ସହର ଶଗଡିଆ ସାହିରେ ରହୁଥିବା ସୁଦିପ୍ତ ଦାସଙ୍କ ଘର ସମେତ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି । ୪ ଜର ଡିଏସପି ଓ ୬ ଜଣ ଇନିସ୍ପେକ୍ଟର ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ପୂର୍ବରୁ ସୁଦିପ୍ତ ନୟାଗଡ଼ ଅବକାରୀ ବିଭାଗର କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାମରେ ବହୁ ଅଭିଯୋଗ ରହିଥିଲା । ଏପରିକି ସିଏ ନିର୍ବାହିଙ୍କ ପକ୍ଷରୁ ସସପେଣ୍ଡ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇ ଭାବେ ଏବେ କାମ କରୁଛନ୍ତି ସୁଦୀପ୍ତ ଦାଶ । ନୟାଗଡ଼ ନିଜ ବାସଭବନର ଦୁଇଟି ଘର ସହିତ ବାଲୁଗାଁ କାର୍ଯ୍ୟାଳୟ ବାଲୁଗାଁ ଘର ଉପରେ ଚଢ଼ଉ ଜାରି ରହିଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓ ନୟାଗଡ଼ର ୪ଟି ସ୍ଥାନ ରହିଛି । ବାଲୁଗାଁ ଅବକାରୀ ଏଏସଆଇ ସୁଦୀପ୍ତ ଦାଶଙ୍କ ଘରୁ ନଗଦ ଲକ୍ଷେ ୩୫ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୩୦୦ ଗ୍ରାମର ସୁନା ଜବତ ହୋଇଛି। ସୁଦୀପ୍ତ ଦାଶଙ୍କ ନାଁରେ ନୟାଗଡ଼ରେ ୬ଟି ପ୍ଲଟ୍ ଏବଂ ୨ଟି ଘର ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା ।





