Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଖ୍ୟ ଯନ୍ତ୍ରୀଙ୍କର ରହିଛି ୨୮ ଗୋଟି ପ୍ଲଟ, ଚାଲିଛି ଭିଜିଲାନ୍ସ ତଦନ୍ତ

by ସଞ୍ଜୟ ସ୍ୱାଇଁ
October 22, 2024
in Crime, State
ମୁଖ୍ୟ ଯନ୍ତ୍ରୀଙ୍କର ରହିଛି ୨୮ ଗୋଟି ପ୍ଲଟ, ଚାଲିଛି ଭିଜିଲାନ୍ସ ତଦନ୍ତ
152
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା) : କେନ୍ଦୁଝର ଜିଲ୍ଲା ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କୈଳାସଚନ୍ଦ୍ର ସାହୁଙ୍କର ରହିଛି ପୁଳା ପୁଳା ପ୍ଲଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କ ଭୁବନେଶ୍ୱର ସ୍ଥିତ ଘର ସମେତ ୧୦ଟି ଠିକଣାରେ ଚଢ଼ାଉ କରାଯାଇଥିବା ବେଳେ ସାମ୍ନାକୁ ଆସିଛି ତାଙ୍କ ନାଁରେ ତଥା ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ବିପୁଳ ସଂପତ୍ତି ସଂପର୍କିତ ତଥ୍ୟ। ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କର ୨୮ଟି ପ୍ଲଟ ଅଛି। ସେଥିରୁ ୨୩ଟି କେବଳ ଯାଜପୁର ଜିଲ୍ଲାରେ ଥିବା ବେଳେ ୪ଟି ଖୋର୍ଦ୍ଧା ଓ ଗୋଟିଏ କଟକ ଜିଲ୍ଲାରେ ଅଛି। କେବଳ ପ୍ଲଟ ରଖି ନାହାନ୍ତି କୈଳାସ ଚନ୍ଦ୍ର ସାହୁ, ଏକ ତିନି ମହଲା ଘର ସହିତ ତାଙ୍କର ୩ଟି ଫ୍ଲାଟ ମଧ୍ୟ ଅଛି। ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲର ମୃତ୍ୟୁଞ୍ଜୟପୁର ମୌଜାରେ କୈଳାସ ଚନ୍ଦ୍ର ସାହୁଙ୍କର ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା ଅଛି, ଯାହା ନିର୍ମାଣାଧୀନ ରହିଛି। ଭୁବନେଶ୍ୱରର ଭୋଇ ନଗରରେ ଏକ ଆପାର୍ଟମେଣ୍ଟରେ ତାଙ୍କର ଏକ ଫ୍ଲାଟ୍ ଅଛି। ସେହିଭଳି ପୁରୀ ଓ ଯାଜପୁରରେ ତାଙ୍କର ଗୋଟିଏ ଲେଖାଏଁ ଫ୍ଲାଟ ଅଛି। ଯାଜପୁରର ବ୍ୟାସନଗରରେ ଏକ ଆପାର୍ଟମେଣ୍ଟରେ ତାଙ୍କର ଏକ ଦୋକାନ ଘର ଅଛି। ଏହି ସମସ୍ତ ପ୍ଲଟ୍, ଫ୍ଲାଟ ଓ ନିର୍ମାଣାଧୀନ ଘରର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବକିତାବ ଜାରି ରଖିଛି। ପ୍ଲଟ ଓ ଫ୍ଲାଟ ବ୍ୟତୀତ ତାଙ୍କର ୮୨ ଲକ୍ଷ ୮୦ ହଜାର ୫୮ ଟଙ୍କାର ବ୍ୟାଙ୍କ ଜମା ଅଛି। ଅନ୍ୟ ଜମା ଓ ନିବେଶ ସଂପର୍କରେ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ସଂପତ୍ତି ନେଇ ଅଧିକ ଖୋଳତାଡ଼ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!