Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇନଜୀବୀ ପରିବାର କୁ ଆୟୁଷ୍ମାନ ଯୋଜନା ରେ ଅନ୍ତର୍ଭୁକ୍ତ ଏବଂ ନୟାଗଡ ଜିଲ୍ଲା ରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ବିଶେଷ ବୈଠକ

by ସଞ୍ଜୟ ସ୍ୱାଇଁ
May 25, 2025
in Nayagarh, State
ଆଇନଜୀବୀ ପରିବାର କୁ ଆୟୁଷ୍ମାନ ଯୋଜନା ରେ ଅନ୍ତର୍ଭୁକ୍ତ ଏବଂ ନୟାଗଡ ଜିଲ୍ଲା ରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ବିଶେଷ ବୈଠକ
118
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାର ଓକିଲ ସଙ୍ଘ ସମୂହ ସଭାପତି,ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ରାଜ୍ୟରେ ଆଇନଜୀବୀ ପରିବାର କୁ ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟ ଚିକିତ୍ସା ରେ ଅନ୍ତର୍ଭୁକ୍ତ କରିବା ସହିତ ନୟାଗଡ ଜିଲ୍ଲାରେ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି l ଏ ସଂକ୍ରାନ୍ତ ରେ ଖୁବ ଶୀଘ୍ର ଜିଲ୍ଲା ର ବିଧାୟକ ମାନଙ୍କ ସହିତ ଆଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l ନୟାଗଡ ଜିଲ୍ଲାର ପ୍ରାୟ ୧୩୦ ଦୁର୍ନୀତି ଭ୍ରଷ୍ଟାଚାର ସଂକ୍ରାନ୍ତୀୟ ମୋକଦ୍ଦମା ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ ରେ ବିଚାରଧୀନ ରହିଛି ଏବଂ ମାସକୁ ଗୋଟିଏ ଦିନ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ନୟାଗଡ ରେ ସର୍କିଟ ଅଦାଲତ କରୁଛନ୍ତି ତେଣୁ ନୟାଗଡ ରେ ଭିଜିଲାନ୍ସ ଅଦାଲତ ଖୋଲିବାର ପ୍ରାସଙ୍ଗିକତା ରହିଛି ବୋଲି ଶ୍ରୀ ଦାଶ କହିଛନ୍ତି l୧୦ ବର୍ଷ ଯାଏଁ ଦଣ୍ଡାଦେଶ କ୍ଷମତା ସମ୍ପନ୍ନ ଉପଖଣ୍ଡ ସ୍ତରୀୟ ସହକାରୀ ଦୌରା ଜଜ ପଦବୀ ସୃଷ୍ଟି କରିବା ପାଇଁ ମାନ୍ୟବର ହାଇକୋର୍ଟ, ଆଡ଼ଭୋକେଟ ଜେନେରାଲ ଏବଂ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତପ୍ରକାଶ ପାଇଥିଲା l

ଏହି ବିଶେଷ ବୈଠକ ରେ ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର, ଦଶପଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ବେହେରା, ଖଣ୍ଡପଡା ଓକିଲ ସଙ୍ଘ ସଭାପତି ଶ୍ରୀ ସଂଗ୍ରାମ କେଶରୀ ମିଶ୍ର, ସମ୍ପାଦକ ବିକ୍ରମ କେଶରୀ ଦେଓ, କୋଷାଧ୍ୟକ୍ଷ ଶ୍ରୀ ମନୋଜ ମିଶ୍ର, ରଣପୁର ଓକିଲ ସଙ୍ଘ ସଭାପତି ଶ୍ରୀ ଶତ୍ରୁଘ୍ନ ପାଇକେରା, ଓଡଗାଁ ଓକିଲ ସଙ୍ଘ ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ବଟକୃଷ୍ଣ ମିଶ୍ର, ନୟାଗଡ ଓକିଲ ସଙ୍ଘ ଯୁଗ୍ମ ସମ୍ପାଦକ ଶ୍ରୀ ଆଶୁତୋଷ ସାମନ୍ତରାୟ, କୋଷlଧ୍ୟକ୍ଷ ଶ୍ରୀ ବିଶ୍ୱେଶ ରଞ୍ଜନ ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ, ବିଭୁଦତ୍ତ ସାହୁ, ନିରାକାର ମହଲ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ସଂଘ ର ଉପସଭାପତି ଶ୍ରୀ ସନ୍ତୋଷ କୁମାର ରାଉତରାୟ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!