ନୟାଗଡ଼,(ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଛାମୁଣ୍ଡିଆ ବନପାଳ ଗୋଲଖ ବିହାରୀ ବେହେରା । ବନରକ୍ଷୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାବୁଡ଼ରେ ପଡ଼ିଥିବା ସୂଚନା ମିଳିଛି । ସୂଚନାନୁସାରେ, ପୁଷ୍ପାଞ୍ଜଳୀଙ୍କୁ ବନଖଣ୍ଡ ଅଧିକାରୀ କୈାଣସି କାରଣ ପାଇଁ କାରଣ ଦର୍ଶାଅ ନୋଟିସ କରିଥିଲେ । ଏଥିରୁ ରକ୍ଷା କରିବା ପାଇଁ ବନପାଳ ତାଙ୍କୁ ସହାୟତା କରିବାକୁ ୩୫ ହଜାର ମାଗିଥିବା ପୁଷ୍ପାଞ୍ଜଳୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୁଷ୍ପାଞ୍ଜଳୀ ବନପାଳଙ୍କୁ ଟଙ୍କା ଦେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିବା ଜଣାଯାଇଛି ।






