ଢେଙ୍କାନାଳ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ବାଟାଲିଅନ ୧ ଢେଙ୍କାନାଳର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା । କଟକ ସିଡିଏ ୧୧ ନିକଟ ମଧୂସୁଦନ ସେତୁ ଉପରୁ ଧରିଲା ଭିଜିଲାନ୍ସ । ଘଟଣାରେ ଅଧିକ ଛାନ୍ଭିନ୍ କରୁଛି ଭିଜିଲାନ୍ସ । ଢେଙ୍କାନାଳରୁ କଟକ ଏକ ଲକ୍ଷରୁ ଅଧିକ ଟଙ୍କା ନେଇ ଆସୁଥିଲେ । ଏହି ସମୟରେ କଟକ ସିଡିଏ ୧୧ ନିକଟ ମଧୂସୁଦନ ସେତୁ ଉପରେ ଭିଜିଲାନ୍ସ ଧରିଥିଲା । ତାଙ୍କ ପାଖରେ ଥିବା ଟଙ୍କାକୁ ଜବତ କରିବା ସହ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଚଢାଉରୁ ଭିଜିଲାନ୍ସକୁ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଚଢାଉରେ ମୋଟ ୧୦ ଲକ୍ଷରୁ ଅଧିକ ଜବତ ହୋଇଥିବା ସୂଚନା ମିଳିଛି । କମାଣ୍ଡାଣ୍ଟଙ୍କ ପାଖରେ ଏତେ ପରିମାଣର ସଂପତ୍ତି କେଉଁଠୁ ଆସିଲା । ସେନେଇ ଛାନ୍ଭିନ୍ କରୁଛି ଭିଜିଲାନ୍ସ ।





