ମୟୁରଭଞ୍ଜ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଆରଆଇ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜୟପୁର ସର୍କଲ ବାଦାମପାହାଡ ତହସିଲ ଆରଆଇ ରାକେଶ କୁମାର ପାତ୍ର ଅଭିଯୋଗକାରୀଙ୍କ ଠାରୁ ୫ ଗୋଟି ପ୍ଲଟ ଡିମାରକେଟ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଅଭିଯୋଗ କାରି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲ୍ଲାନ୍ସ ମାଡି ବସିଥିଲା । ଆରଅଇଙ୍କ ସମ୍ପୁର୍ଣ୍ଣ ୫ ହଜାର ଟଙ୍କା ରିକଭରି କରାଯାଇଛି । ଏଥି ନିମନ୍ତେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ କେସ ନଂ ୨୪ ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଚାଲୁ ରହିଛି ।





