Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ

by ସଞ୍ଜୟ ସ୍ୱାଇଁ
February 23, 2025
in Crime, State
ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ
202
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): : ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ । ବିନା କାମରେ ସାଢ଼େ ୭ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିଛି । ସରପଞ୍ଚଙ୍କ ବଡ଼ପୁଅ ସତ୍ୟବ୍ରତ ବରାଳ ଓ ସାନପୁଅ ଉତ୍ତମ ବରାଳ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ ଏବଂ ପିଇଓ ବରୁଣ ଦାଶ ଗିରଫ ଭୟରେ ଫେରାର ଅଛନ୍ତି । କୋମନା ବ୍ଳକ କୁରେଶ୍ବର ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ କୁରେଶ୍ବର ଗ୍ରାମୀଣ ପାର୍କ ନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ମରାମତି, ଆବର୍ଜନା ପରିଚାଳନା ଓ ଘୋଟସରରେ ହାଇମାଷ୍ଟ ଲାଇଟ୍ ସ୍ଥାପନ ବାବଦରେ ୭ଲକ୍ଷ ୬୧ ହଜାର ଟଙ୍କା ହେରଫେର ଅଭିଯୋଗ ହୋଇଥିଲା । ସେହି ସମୟରେ ସରପଞ୍ଚଙ୍କ ବଡ଼ପୁଅ ସତ୍ୟବ୍ରତ, ସିନାପାଲି ବ୍ଳକ ଘୁଚାଗୁଡ଼ା ପିଇଓ ଭାବେ କାର୍ଯ୍ୟରତ ଥିଲେ । କିନ୍ତୁ କୁରେଶ୍ଵର ପଞ୍ଚାୟତର ଉନ୍ନୟନମୂଳକ କାମରେ ହସ୍ତକ୍ଷେପ କରି ସରକାରୀ ଅନୁଦାନ ହେରଫେର କରିଥିଲେ । ଗତ ଜାନୁୟାରୀ ୨ରେ ଜିଲ୍ଲା ପରିଷଦ ଏପିଡି ଯୋଗେଶ୍ଵର ଭୋଇଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ଘଟଣାର ତଦନ୍ତ କରିଥିଲା । ଫେବୃୟାରୀ ୨ରେ ନୂଆପଡ଼ା ଜିଲ୍ଲାପାଳ, ପିଇଓ ସତ୍ୟବ୍ରତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଭବାନୀପାଟଣା ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ ସରପଞ୍ଚଙ୍କ ଦୁଇପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!