କରଞ୍ଜିଆ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର । ଏକାସାଙ୍ଗେ ତହସିଲଦାର ଚାର୍ଲ୍ସ ନାୟକଙ୍କ ବାସଭବନ ସମେତ ୩ଟି ସ୍ଥାନରେ ରେଡ୍ ଚାଲିଛି । ଏହି ଚଢାଉରେ ଏକାଧିକ ଟିମ୍ ସାମିଲ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି ।
ଏକାସାଙ୍ଗେ ତିନୋଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ କରଞ୍ଜିଆର ସରକାରୀ ବାସଭବନ ,କରଞ୍ଜିଆ ତହସିଲ କାର୍ୟ୍ୟାଳୟ ଏବଂ ଭଦ୍ରକ ଜିଲ୍ଲାରେ ଥିବା ପୈତୃକ ଘର ରହିଛି । ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ଏହି ଚଢାଉରେ ସାମିଲ ଅଛନ୍ତି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସଠିକ୍ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ରେଡ୍ ନେଇ ସବିଶେଷ ତଥ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯିବ ବୋଲି ସୂଚନା ମିଳିଛି ।





