ବଡମ୍ବା/କଟକ, (ବାଘୁଆବାର୍ତ୍ତା): କଟକ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ବାଉରୀ ବନ୍ଧୁ ପରିଡାଙ୍କୁ ଧରିଲା ଭିଜିଲାନ୍ସର ଟିମ। ବିଲ ପାସ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଯନ୍ତ୍ରୀ ପ୍ରତିଟି କାର୍ୟ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଯନ୍ତ୍ରୀ। ଅନ୍ୟ ୩ଟି ଜାଗାରେ ହେବ ଏକା ସହ ରେଡ।





