ନୂଆପଡା, (ବାଘୁଆବାର୍ତ୍ତା): ଲାଞ୍ଚ ନେଇ ଧରା ପଡିଲେ ୨ ଯନ୍ତ୍ରୀ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଦୁଇ ଯନ୍ତ୍ରୀ ହେଉଛନ୍ତି ନୂଆପଡା ଜିଲ୍ଲା ପର୍ୟ୍ୟଟନ କାର୍ୟ୍ୟାଳୟର ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରଭାତ ନାଏକ ଓ କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ ଆଚାରୀ । ସେମାନଙ୍କୁ ଭୁବନେଶ୍ବର ସ୍ଥିତ ଭିଜିଲାନ୍ସ ସେଲରେ ରଖାଯାଇଥିବା ସୂଚନା ମିଳିଛି । ପତୋରାଠାରେ ନବ ନିର୍ନିତ ଏକ ପାନ୍ଥ ନିବାସର ଫାଇନାଲ ବିଲ୍ ପାଇଁ ଲାଞ୍ଚ ନେଉଥିଲେ । ଧରମବନ୍ଧାର ଗୈନ୍ଦରାମ ସାହୁଙ୍କ ଠାରୁ ଟଙ୍କା ନେଉଥିବା ଜଣାପଡିଛି ।





