ଉମରକୋଟ, (ବାଘୁଆବାର୍ତ୍ତା): ଲାଞ୍ଚ ନେଇ ଧରାପଡିଲେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାମାଜିକ ସୁରକ୍ଷା ବିଭାଗର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ବିରବଲ ସତନାମି । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବାପାଙ୍କ ମୃତ୍ୟୁ ପରେ ୨୦ ହଜାର ଟଙ୍କା ମଞ୍ଜୁର କରାଇ ଦେବା ପାଇଁ ହୀରାପୁର ଗ୍ରାମର ବଳଦେବ ହରିଜନଙ୍କଠାରୁ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୂର୍ବରୁ ଖବର ପାଇ ବିରବଲ ସତନାମିଙ୍କୁ ଧରିବା ପାଇଁ ପ୍ରସ୍ତୁତ ରହିଥିଲା ନବରଙ୍ଗପୁର ଭିଜିଲାନ୍ସ ଟିମ୍ । ବିରବଲଙ୍କୁ ଗିରଫ କରି ତଦ ନ୍ତ ଚଲେଇଛି ଭିଜିଲାନ୍ସ ବିଭାଗ ।





