ରାଉରକେଲା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ କିରାଣୀ। ରାଉରକେଲା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ କିରାଣୀ ନନ୍ଦି କିଶୋର ନାଥଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବହିର୍ଭୁତ ସମତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି। ସମ୍ବଲପୁର ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି। ଏହି ଚଢାଉରେ ୩ ଜଣ ଡିଏସପି, ୯ ଜଣ ଇନସପେକ୍ଟର, ଜଣେ ଏସଆଇ, ୨ ଜଣ ଏଏସଆଇ ସାମିଲ ଅଛନ୍ତି। ଭୁବନେଶ୍ଵର, ବରଗଡ଼, ରାଉରକେଲା ଏବଂ ସମ୍ବଲପୁରର ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ନନ୍ଦି କିଶୋରଙ୍କ ଭୁବନେଶ୍ଵର ଲକ୍ଷ୍ମୀସାଗର ସ୍ଥିତ ଫ୍ଲାଟ, ବରଗଡ଼ ସ୍ଥିତ ପୈତୃକ ଘର, ରାଉରକେଲା ସ୍ଥିତ ସରକାରୀ କାର୍ୟୟାଳୟ ଏବଂ ବାସଭବନ, ସମ୍ଵଲପୁର ସ୍ଥିତ ଘର ଏବଂ ଶ୍ଵସୁର ଘରେ ରେଡ୍ ଚାଲିଛି।





