କଳାହାଣ୍ଡି, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ୍ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର । ଗୋଟିଏ ପୁରୁଣା ମାମଲା ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଧରା ପଡିଲେ। କଟକର ସ୍ଵତନ୍ତ୍ର ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେବା ବେଳେ ଧରିଛି। ମହୁଲପାଟଣା ଫାଣ୍ଡି ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍ ରଫାଦଫା ପାଇଁ ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ୍ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ଆଶୁତୋଷ ମିଶ୍ର ଏଏସଆଇଙ୍କ ଠାରୁ ୩ ଲକ୍ଷ ଦାବି କରୁଥିଲେ। ଆଜି ତାଙ୍କ ଟିଭି ସେଣ୍ଟର ପଡା ବାସଗୃହରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା।





