ପୁରୀ, (ବାଘୁଆବାର୍ତ୍ତା): ଲାଞ୍ଚ ନେଇ ଧରା ପଡିଲେ ଲାଇନମ୍ୟାନ୍। ପୁରୀ ଜିଲ୍ଲା ପିପିଲି ଭାରତୀପୁରର ଲାଇନମ୍ୟାନ୍ ମାନସ ସାହୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ୭ ହଜାର ୫ଶହ ଟଙ୍କା ଲାଞ୍ଚ ମାଗୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପୁରୀ ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ତାଙ୍କ ବିରୋଧରେ (୪୩/୨୨) ନମ୍ବରରେ ମାମଲା ରୁଜୁ ହୋଇଛି। ଡେଲାଙ୍ଗ ଥାନା ଅଧୀନ ସୁକାନ୍ତ ବେହେରା କୁକୁଡ଼ା ଫାର୍ମ କରିବା ପାଇଁ ବିଦ୍ୟୁତ ସଂଯୋଗ ଆଣିବାକୁ ଟିପିସିଓଡିଏଲ କାର୍ୟ୍ୟାଳୟରେ ଆବେଦନ କରିଥିଲେ। ଆବେଦନ ଅନୁଯାୟୀ ବିଦ୍ୟୁତ ସଂଯୋଗ ଦେବାକୁ ମାନସଙ୍କୁ ପଠା ଯାଇଥିଲା। ୭ ହଜାର ୫୦୦ ଟଙ୍କା ପୈଠ ନକଲେ ବିଦ୍ୟୁତ ସଂଯୋଗ ହେବନି ବୋଲି ସେ ସଫା ସଫା କହିଥିଲେ। ସୁକାନ ଏନେଇ ଭିଜିଲାନ୍ସ କାର୍ୟ୍ୟାଳୟକୁ ଅବଗତ କରିଥିଲେ। ଅଭିଯୋଗକୁ ଆଧାର କରି ପୁରୀ ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛି।





