ପୁରୀ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଜିତୁ ରଞ୍ଜନ ଛାଟୋଇ । ଗୋଟିଏ ଜାଗାକୁ ଘରବାରିରେ ପରିବର୍ତ୍ତନ କରିବା ପାଇଁ ଏହି ଲାଞ୍ଚ ମାଗିଥିଲେ । ସମସ୍ତ ଲାଞ୍ଚ ୫୦ ହଜାର ଟଙ୍କା ତାଙ୍କ ଠାରୁ ଭିଜିଲାନ୍ସ ରିକଭରି କରିଛି । ଛାଟୋଇଙ୍କର ଦୁଇ ଗୋଟି ସ୍ଥାନରେ ଚଢ଼ଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ୪୧/୨୦୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଯାରି ରହିଛି ।





