Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟିପତି ଡିଏମ, ୪ଟି ଆକାଉଣ୍ଟରୁ ୩କୋଟି, ବାକି ଅଛି ୧୨ ଆକାଉଣ୍ଟ

by ସଞ୍ଜୟ ସ୍ୱାଇଁ
December 20, 2022
in Crime, State
କୋଟିପତି ଡିଏମ, ୪ଟି ଆକାଉଣ୍ଟରୁ ୩କୋଟି, ବାକି ଅଛି ୧୨ ଆକାଉଣ୍ଟ
209
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଇଡ୍‌କଲ ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଅମାପ ସମ୍ପତ୍ତି ଦେଖି ଟେରା ହୋଇଯାଇଛି ଭିଜିଲାନ୍ସ। ଗୟା ସାଁତରା ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ରହିଛି ୧୬ଟି ଆକାଉଣ୍ଟ। ସେଥିରୁ ୪ଟି ଆକାଉଣ୍ଟର ଯାଞ୍ଚ କରିଛି ଭିଜିଲାନ୍ସ। ଯେଉଁଥିରେ ରହିଛି ୩ କୋଟିରୁ ଅଧିକ ଟଙ୍କା। ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌। ଏଥିସହ ଗୟାଙ୍କର ୨ଟି ୪ ଚକିଆ ଓ ୪ଟି ୨ ଚକିଆ ଗାଡ଼ି ରହିଛି। ଯେଉଁଥିରେ ଗୋଟିଏ ହ୍ୟୁଣ୍ଡାଇ କ୍ରେଟା, ଗୋଟିଏ ଗ୍ରାଣ୍ଡ ଆଇ ଟେନ୍ ଠାବ ହୋଇଛି। ସେହିପରି ତାଙ୍କର ଭୁବନେଶ୍ୱର, ଯାଜପୁର ଓ ନୟାଗଡ଼ରେ ୧୩ଟି ପ୍ଲଟ ଠାବ ହୋଇଛି। ଗୟା ସାଁତରାଙ୍କ ୨ଟି ବହୁତଳ କୋଠା ମଧ୍ୟ ଠାବ କରିଛି ଭିଜିଲାନ୍ସ। ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ କରୁଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାଁନ୍ତରାଙ୍କ ଘର, ପୈତୃକ ବାସଭବନ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ।ଭୁବନେଶ୍ୱର, କୋରାପୁଟ, ରାୟଗଡା, ନୟାଗଡ଼ ସମେତ ୭ଟି ସ୍ଥାନରେ ଏହି ଚଢଉ ଚାଲିଥିଲା। ଭିଜିଲାନ୍ସ ବିଭାଗର ଜଣେ ଡେପୁଟି ଏସ୍‌ପି, ୪ଜଣ ଇନ୍ସପେକ୍ଟର, ଜଣେ ସବ୍ ଇନ୍ସପେକ୍ଟର ଓ ୭ଜଣ ଏଏସ୍‌ଆଇ ଏହି ଚଢ଼ଉରେ ସାମିଲ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!