ନୟାଗଡ଼ (ବାଘୁଆବାର୍ତ୍ତା): ଲାଞ୍ଚ ନେଇ ତହସିଲଦାର ଗିରଫ । କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଗିରଫ କରିଛି ଭିଜିଲାନସ । ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନସ । ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏକ ଜବତ ଟ୍ରାକ୍ଟରକୁ ଛାଡ଼ିବା ପାଇଁ ମଣ୍ଡାକିଆର ସେନାପତିଙ୍କ ଠାରୁ ଲାଞ୍ଚ ନେଉଥିଲେ ରାଇକିଆ ତହସିଲଦାର । ଠିକଣା ସମୟରେ କାବୁ କରିଛି ଭିଜିଲାନ୍ସ । ପୂର୍ବରୁ ମଧ୍ୟ ତହସିଲଦାରଙ୍କ ନାମରେ ଅନେକ ପ୍ରକାରର ଅଭିଯୋଗ ଆସିଛି ।






