Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖାକିରେ କଳଙ୍କ, ଭିଜିଲାନ୍ସ ଜାଲରେ ଏଏସଆଇ

by ସଞ୍ଜୟ ସ୍ୱାଇଁ
November 25, 2022
in Crime, State
ଖାକିରେ କଳଙ୍କ, ଭିଜିଲାନ୍ସ ଜାଲରେ ଏଏସଆଇ
97
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ଲାଞ୍ଚ ନେବା ବେଳେ ପୁଲିସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ। ଏହି ପୁଲିସ ବାବୁ ଜଣକ ବୌଦ୍ଧ ଜିଲ୍ଲା ଜହ୍ନପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ। ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଏକ ମାମଲାର ତଦନ୍ତ କରିବାକୁ ସେ ଜଣେ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବୌଦ୍ଧ ନୂଆସାହି ସ୍ଥିତ ବୈଜୟନ୍ତ ଅଗ୍ରୋ ମେଶିନରୀରେ କାର୍ୟ୍ୟ କରୁଥିବା ଜଣେ କଲେକ୍ସନ ଏଜେଣ୍ଟ କିଛି ଦିନ ତଳେ ୩ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିଲେ। ଏ ନେଇ ବ୍ୟବସାୟୀ ସ୍ୱପ୍ନେଶ୍ୱର ଖୁଣ୍ଟିଆ ବୌଦ୍ଧ କୋର୍ଟରେ କେସ କରିଥିଲେ। କୋର୍ଟ ବୌଦ୍ଧ ଆଦର୍ଶ ଥାନାକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ତଦନ୍ତ ଭାର ଏଏସଆଇ ମଦନ ମୋହନ ପ୍ରଧାନଙ୍କୁ ଦେଇଥିଲେ। ପୁଲିସର ତଦନ୍ତ ଶୀଥିଳତା ଦେଖି ସଂପୃକ୍ତ ବ୍ୟବସାୟୀ ଚିନ୍ତାରେ ପଡ଼ିଥିଲେ। ଏତିକି ବେଳେ ୧୫ ହଜାର ଟଙ୍କା ଦେଲେ କେସର ସଠିକ୍ ତଦନ୍ତ କରିବେ ନହେଲେ କେସକୁ ଚାପି ଦେବେ ବୋଲି ସମ୍ପୃକ୍ତ ବ୍ୟବସାୟୀଙ୍କୁ କହିଥିଲେ ଦାୟିତ୍ୱ ପାଇଥିବା ଏଏସ୍‌ଆଇ। ଏ ନେଇ ବ୍ୟବସାୟୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରି ଲାଞ୍ଚୁଆ ଅଧିକାରୀଙ୍କୁ ଧରିବାକୁ ନିବେଦନ କରିଥିଲେ। ଆଜି ଅପରାହ୍ନରେ ସଂପୃକ୍ତ ପୁଲିସ୍ ଅଧିକାରୀ ଜଣକ ବ୍ୟବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ପରେ ତତ୍‌କ୍ଷଣାତ୍ ଭିଜିଲାନ୍ସ ଚଢ଼ାଇ କରିଥିଲା। ତଲାସୀ ବେଳେ ଏହି ପୁଲିସ ବାବୁଙ୍କ ନିକଟରୁ ଲାଞ୍ଚ ନେଇଥିବା ଟଙ୍କା ଜବତ କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଛି। ସେପଟେ ଏହି ପୁଲିସ ଅଧିକାରୀ ରହୁଥିବା ବ୍ରହ୍ମପୁର, ଫୁଲବାଣୀର ଘର ଓ ଭଡ଼ାଘର ଠିକଣାରେ ଚଢ଼ାଉ କରାଯାଇଛି। ତଦନ୍ତ ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବୌଦ୍ଧ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାଏକ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!