ନୟାଗଡ଼,(ବାଘୁଆବାର୍ତ୍ତା): ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ । ଏ ନେଇ ଆରଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ସୁଚନାନୁସାରେ, ଜମି ନିର୍ଦ୍ଧାରଣ କରିବା ପାଇଁ ଭୀଷ୍ମଗିରି ଆରଆଇ ଏ ଶ୍ରୀକାନ୍ତ ଦୋରା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ଉ କରିଥିଲା । ଆରଆଇ ଶ୍ରୀକାନ୍ତଙ୍କ ଗୋସାଣି ନୂଆଗାଁ ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତନଖି ଆରମ୍ଭ ହୋଇଛି । ପୂର୍ବରୁ ମଧ୍ୟ ଶ୍ରୀକାନ୍ତଙ୍କ ଉପରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତନୁ ପାଢ଼ୀ ସୂଚନା ଦେଇଛନ୍ତି ।





