Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ହାତରେ ଧରାପଡିଲେ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ

by ସଞ୍ଜୟ ସ୍ୱାଇଁ
August 14, 2024
in Crime, State
ଭିଜିଲାନ୍ସ ହାତରେ ଧରାପଡିଲେ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ
113
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୂତଳ ଜଳ ବିକାଶ ବିଭାଗର ବଲାଙ୍ଗିର ଡିଭିଜନର ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ। ତାଙ୍କଠାରୁ ୪୦ ହଜାର ଟଙ୍କା ଜବତ କରାଯାଇଛି। ରାଜ୍ୟ ସରକାରଙ୍କ CHHATA ଯୋଜନାରେ ଭୂତର ଜଳର ପୁନଃଭରଣ ଓ ସଂରକ୍ଷଣ ପାଇଁ ସରକାରୀ ଓ ବେସରକାରୀ କୋଠାଗୁଡ଼ିକରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ କାର୍ଯ୍ୟ କରିଥିବା ଜଣେ କନ୍‌ସଲଟାଣ୍ଟଙ୍କ କନସଲଟାନ୍ସି ଫି’ ପ୍ରଦାନ କରିବାକୁ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତ ବର୍ଷେ ହେଲାଣି ଉକ୍ତ କନ୍‌ସଲଟାଣ୍ଟ ଜଣଙ୍କ ତାଙ୍କ ଫି’ ଦେବାକୁ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକଙ୍କୁ ଅନୁରୋଧ କରି ଆସୁଥିଲେ। କିନ୍ତୁ ୫୦ ହଜାର ନଦେଲେ ଫି’ ରିଲିଜ୍ କରିବେ ନାହିଁ ବୋଲି ଶ୍ରୀ ନାୟକ ତାଙ୍କୁ କହିଥିଲେ। ଫାଇଲ କାମ ଆଗକୁ ବଢ଼ାଇବାକୁ ଶ୍ରୀ ନାୟକ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ମାଗିଥିଲେ। କିଛି ଦିନ ତଳେ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ ଉକ୍ତ କନସଲଟାଣ୍ଟ। ତଥାପି କାମ ନ ଆଗେଇବାରୁ ନିର୍ଯାତିତ ହେଉଥିବା ଅନୁଭବ କରି ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କଠାରୁ ସବୁ କଥା ଶୁଣିବା ପରେ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକଙ୍କୁ ରଙ୍ଗେ ହାତ୍ ଧରିବା ପାଇଁ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରିଥିଲା। ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଜିଓଲୋଜିଷ୍ଟ ଶ୍ରୀ ନାୟକଙ୍କୁ ବାକି ୪୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ। ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ଓ ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଜିଓଲୋଜିଷ୍ଟ ଶ୍ରୀ ନାୟକଙ୍କ ବଲାଙ୍ଗିରର ଜ୍ୟୋତିନଗରପଡ଼ା ସ୍ଥିତ ଭଡ଼ା ଘରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଭିଜିଲାନ୍ସକୁ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ମିଳିଥିବା ଜଣାପଡ଼ିଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଭଡ଼ା ଘର ସହିତ ଆଉ ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!