ମାଥିଲି, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ ରବି ନାରାୟଣ ପାତ୍ର। କାଗଜପତ୍ର କାମ ପାଇଁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ମାଗିଥିଲେ। ଏହି ଲାଞ୍ଚ ଟଙ୍କା ନେବାବେଳେ ରବି ନାରାୟଣଙ୍କୁ ମାଡ଼ି ବସିଥିଲା ମାଲକାନଗିରି ଭିଜିଲାନ୍ସ ଟିମ୍। ନିଲମ୍ବିତ ହୋଇଥିବା ମାଥିଲି ଶିକ୍ଷକ ସୋମନାଥ ବାଙ୍କିଙ୍କ ଠାରୁ ଅର୍ଥ ନେବାବେଳେ ଭିଜିଲାନ୍ସ ଧରିଥିଲା। ରଙ୍ଗବୋଳା ଟଙ୍କା ଜବତ କରିବା ସହ କିରଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ମାଲକାନଗିରି ଭିଜିଲାନ୍ସ ଟିମର ଡିଏସପି ସଦାନନ୍ଦ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି।