ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶ୍ଵେଶ୍ଵର ରାଏ ବେହେରା । ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଟିମ ଦ୍ବାରା ଧରାପଡି ଗିରଫ ହୋଇଛନ୍ତି । ଜଣେ ଅଭିଯୋଗକାରୀଙ୍କ ଠାରୁ ସରକାରୀ ଜମିରୁ ଗଛ କାଟିବା କାରଣରୁ ତାଙ୍କ ବିରୋଧରେ କାର୍ୟ୍ୟାରନୁଷ୍ଠାନ ଧମକ ଦେଇ ଲାଞ୍ଚ ମାଗିଥିଲେ। ଏନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ନିଜସ୍ବ କାର୍ୟ୍ୟା ଳୟରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଛକି ରହିଥିବା ଟିମ ମାଡି ବସିଥିଲା। ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କ ସରକାରୀ କାର୍ୟ୍ୟା ଳୟ ସମେତ ୨ ଟି ସ୍ଥାନରେ ଚଢାଉ ଜାରି ରହିଛି। ଏନେଇ ଭୁବନେଶ୍ବର ଭିଜିଲାନ୍ସ କାର୍ୟ୍ୟା ଳୟରେ ୧୩/୨୪ ରେ ଏକ ମାମଲା ରୁଜୁ ହୋଇଛି।





