ନୂଆପଡ଼ା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ରେଭେନ୍ୟୁ ସୁପରଭାଇଜର । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଧରିଲା ଭିଜିଲାନ୍ସ। ଲାଞ୍ଚ ନେଇ ଧରା ପଡ଼ିଲେ ନୂଆପଡ଼ା କୋମନା ତହସିଲ ସୁପରଭାଇଜର ଅକ୍ଷୟ ନାଏକ। ସୂଚନା ଅନୁଯାୟୀ, ଜବରଦଖଲ ମାମଲାରେ ଫାଇନ୍ କମାଇଦେବା ଏବଂ ଜମି ପଟ୍ଟା କରାଇଦେବାକୁ କହି ଜଣେ ବ୍ୟକ୍ତଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସେ। ତେବେ ତାଙ୍କ ଠାରୁ ସବୁ ଟଙ୍କା ଜବତ ହୋଇଛି। ବର୍ତ୍ତମାନ ତାଙ୍କର ଦୁଇରୁ ଅଧିକ ସ୍ଥାନରେ ଚଢ଼ଉ ଚାଲିଛି। ଏହି ସମ୍ବନ୍ଧରେ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି। ତେବେ ଘଟଣାରେ ତଦନ୍ତରେ ଜାରି ରହିଛି।





