କଳାହାଣ୍ଡି, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଅଧମୁଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ ଅଗସ୍ତି ସାହୁ । ସ୍କୁଲର ଉନ୍ନତିକରଣ କାମ ପାଇଁ ଠିକାଦାରଙ୍କୁ ମାଗୁଥିଲେ ୫୦ ହଜାର ଟଙ୍କା ଲାଞ୍ଚ । ଠିକାଦାର ଯୁଧିଷ୍ଠିର ଭାଗତଙ୍କୁ ଲାଞ୍ଚ ମାଗୁଥିଲେ ପ୍ରଧାନଶିକ୍ଷକ ଅଗସ୍ତି ସାହୁ । ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସର ୮ ଜଣିଆ ଟିମ୍ । ଲାଞ୍ଚ ଟଙ୍କା ଜବତ କରି ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି ।





